ଭଙ୍ଗା ଦଦରା ଘରେ ରହି ଷ୍ଟ୍ରିଟ୍ ଲାଇଟରେ ପାଠପଢୁଥିବା ଝିଅ ବନିଲା ଆଇଏଏସ । ପଢନ୍ତୁ ପୂଜାଙ୍କ ସଂଘର୍ଷର କାହାଣୀ

କୁହାଯାଏ କି ଯଦି ମଣିଷର ଦୃଢ ଇଛା ଶକ୍ତି ଥାଏ ତେବେ ସିଏ କିଛି ବି କରିପାରେ। ଯଦି କୌଣସି ଲକ୍ଷ୍ୟରେ ପହଞ୍ଚିବାକୁ ଆପଣ ମନ କରିଛନ୍ତି ତେବେ ସେଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଆଉ ତ ସହ ଯଦି ଭାଗ୍ଯର ସାଥ ମିଳେ ତେବେ ଆପଣଙ୍କୁ କେହିବି ଅଟକେଇ ପାରିବେ ନାହିଁ। ଆପଣଙ୍କର ପ୍ରତିଟି ସ୍ୱପ୍ନ ସାକାର ହୋଇପାରିବ । ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା କୌଣସି ବି ଅସମ୍ଭବକୁ ସମ୍ଭବ କରିହେବ । ଆଉ ଏହି କଥାକୁ ଯଥାର୍ଥ କରି ଦେଖାଇଛନ୍ତି ଶ୍ରୀଗଙ୍ଗାନଗର ରେଳଲାଇନ କଡରେ ଥିବା ଭଙ୍ଗା ଦଦରା ଝାଟିମାଟି ଘରେ ରହି ଷ୍ଟ୍ରିଟ୍ ଲାଇଟରେ ପାଠପଢି ଥିବା ବହୁତ ଗରିବ ଦଳିତ ପରିବାରର ଝିଅ ପୂଜା ନାୟକ ।
ପୂଜା ନାୟକ ଆଇଏଏସ ବନି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଏବଂ ବାକି ପିଲାଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଶ୍ରୀଗଙ୍ଗାନଗର ରେଲୱେ ଲାଇନ କଡରେ ବନିଥିବା ଝାଟିମାଟି କୁଡିଆରେ ରହୁଥିବା ପୂଜା ନାୟକ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ଦେଶର ଲକ୍ଷାଧିକ ଗରିବ ପିଲାଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । ଏକ ଗରିବ ପରିବାରରେ ବାସକରୁଥିବା ଝିଅ, ଯିଏକି ପିଲାଟି ଦିନରୁ ହିଁ ବାପ ଛେଉଣ୍ଡ ଅଟନ୍ତି ଏବଂ ମାଆ ଦିନ ମଜୁରିଆ ସାଜି ପୂଜାଙ୍କର ଏହି ସ୍ୱପ୍ନକୁ ସାକାର କରିଥିଲେ । ଗରିବ ଦଳିତ ପରିବାରର ଏହି ଝିଅଟିର ଆଇଏଏସ ବନିବାର ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଏଠାରେ ଆମେ କହି ରଖୁଛୁ କି, ପୂଜାଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ପୂଜା ନାୟକଙ୍କର ଆର୍ଥିକ ପରିସ୍ଥିତି ଏତେ ଖରାପ ଯେ, ଘରେ ବିଜୁଳୀ ଆଲୋକଟିଏ ବି ନାହିଁ, ତେଣୁ ସେ ରାସ୍ତା କଡରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟରୁ ହିଁ ପାଠପଢି ଥିଲେ ।
ପୂଜା ନାୟକଙ୍କୁ ୨ ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି । ପୂଜାଙ୍କର ମାଆ ପରିବାର ପାଳିବା ପାଇଁ ଦିନ ମଜୁରିଆ ଭାବେ କାମ କରନ୍ତି । ଝିଅର ପାଠପଢିବାର ଇଚ୍ଛାକୁ ତାଙ୍କ ମାଆ କେବେ ମଉଳାଇ ଦେଇନଥିଲେ । ବହୁ କଷ୍ଟ କରି ସେ ପୂଜାଙ୍କୁ ପାଠ ପଢାଇଥିଲେ, ଯେଉଁଥିପାଇଁ ପୂଜା ଆଜି ଆଇଏଏସ ପାଇଛନ୍ତି ।