ଜୀବନଶୈଳୀ

ପ୍ରତ୍ୟେକ ଦିନ ଦୀପ ଜଳାଇ କହି ଦିଅନ୍ତୁ ଏହି ତିନୋଟି ଶବ୍ଦ । ଯେତେ ବଡ଼ ଶତ୍ରୁ ହୋଇଯିବ ଶାନ୍ତ

ଆଜି ଆମେ ଆପଣଙ୍କୁ ଏକ ବିଶେଷ ପ୍ରକାରର ଦୀପ ପ୍ରଜ୍ଜ୍ୱଳନ କରିବାର ବିଧି ବିଷୟରେ କହିବୁ , ଯାହାକୁ ଯଦି ଆପଣ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଏହାଦ୍ବାରା କୌଣସି ଶତ୍ରୁ ମଧ୍ୟ ଆପଣଙ୍କର କିଛିବି କ୍ଷତି କରି ପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିନେବା ଦୀପ ଜଳିବାର ଉଚିତ ସମୟ ଏବଂ ବିଧି ସମ୍ପର୍କରେ ।

୧ . ନିଜ ଘରର ପୂଜାଘରେ ସର୍ବଦା ପିତ୍ତଳ ନିର୍ମିତ ଦୀପ ଜାଳିବା ଉଚିତ । ପିତ୍ତଳ ଧାତୁର ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ହଜାରେ ଗୁଣା ଫଳ ପ୍ରଦାନ କରିଥାଏ । ପୂଜାଘରେ କେତୋଟି ଦୀପ ଜାଳିବା ଉଚିତ , ତାହା ମଧ୍ୟ ଜାଣିବା ଆବଶ୍ୟକ । ଆପଣ ସର୍ବଦା ଅଯୁଗ୍ମ ସଂଖ୍ୟକ ଦୀପ ଜାଳିବା ଉଚିତ ।

୨ . ପ୍ରଭାତ ସମୟ ଦୀପ ଜାଳିବା ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ନିତ୍ୟକର୍ମ ସାରି ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ତାପରେ ପ୍ରଥମେ ଘରର ପୂଜାଘରେ ଏକ ଦୀପ ଜାଳି ଦିଅନ୍ତୁ । ଏଭଳି ମାନ୍ୟତା ମଧ୍ୟ ରହିଛି ଯେ ବ୍ରହ୍ମ ମୁହୂର୍ତ୍ତରେ ଜାଳିଥିବା ଦୀପ ହଜାରେ ଗୁଣା ଅଧିକ ଶୁଭ ଫଳ ଦେଇଥାଏ । ଏହାବ୍ୟତୀତ ସନ୍ଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟ ଅସ୍ତ ହେବାର ଏକ ଘଣ୍ଟା ପରେ ଦୀପ ଜାଳି ପାରିବେ । ଏହାଦ୍ବାରା ସହସ୍ର ଗୁଣା ଲାଭ ପ୍ରାପ୍ତ ହୋଇଥାଏ । ଏପରି କରିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି କାମ ଲଗାତାର କଲେ ମାତା ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ଅର୍ଥର ଅଭାବ ରହେନାହିଁ ।

୩ . ଯଦି ଆପଣ ଧନ ଲାଭ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଦୀପ ଜାଳିବା ସମୟରେ ପ୍ରତ୍ୟେକ ଦୀପରେ ଗୋଟିଏ ଲେଖାଏଁ କଞ୍ଚା ଅଳେଇଚ ପକାଇ ଦିଅନ୍ତୁ । କିନ୍ତୁ ପ୍ରଥମେ ଏହାକୁ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ନେବେ । ଏପରି କରିବା ଦ୍ୱାରା ଆପଣ ନିଜ ଜୀବନରେ ପରିବର୍ତ୍ତନ ଦେଖିବେ । ଆର୍ଥିକ ଲାଭ ପ୍ରବଳ ହେବ ଏବଂ ଅର୍ଥ ଜନିତ କୌଣସି ସମସ୍ୟା ମଧ୍ୟ ରହିବ ନାହିଁ । ଏହାବ୍ୟତୀତ ଦୀପରେ ଅଳେଇଚ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଘରକୁ ଆକର୍ଷିତ ହୋଇ ଆସନ୍ତି । ଏହାଦ୍ବାରା ଜୀବନରେ କୌଣସି କାମ ଅଟକି ନଥାଏ ।

୪ . ଅନେକ ସମୟରେ ଘରେ ବାସ୍ତୁ ଦୋଷ ଏବଂ ନକରାତ୍ମକତା ଉତ୍ପନ୍ନ ହୋଇଥାଏ । ତାହାକୁ ଦୂର କରିବା ପାଇଁ ଏକ ଗୋବର ଟେଳା ଆଣି ତାହାକୁ ଜାଳିବା ପରେ ସେଥିରେ ଅଳେଇଚ ଏବଂ ଲବଙ୍ଗ ପକାଇ ଉତ୍ପନ୍ନ ହେଉଥିବା ଧୂଆଁକୁ ପୁରା ଘରେ ବୁଲାଇ ଦିଅନ୍ତୁ । Sଶେଷରେ ତାହାକୁ ତୁଳସୀ ଗଛ ସାମ୍ନାରେ ରଖି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସେହି ଧୂଆଁ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button