ଜୀବନଶୈଳୀ

ପ୍ରେମୀ ଯୁଗଳଙ୍କର ବ୍ରେକଅପ ହେଲେ ମିଳୁଛି ଟଙ୍କା, ବ୍ରେକଅପ କଲେ ପ୍ରତି ମାସରେ ମିଳୁଛି ଟଙ୍କା, ଜାଣନ୍ତୁ କେମିତି ମିଳିବ

ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ବ୍ରେକଅପ୍ ପରେ ଜଣେ ଯୁବକଙ୍କୁ ବୀମାର ଟଙ୍କା ମିଳିଛି। ଏହି କାହାଣୀଟି ଆପଣମାନଙ୍କୁ ବେଶ୍ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଲକୁଲ ସତ। ତେବେ ପ୍ରତୀକ ଆର୍ଯ୍ୟନ ନାମକ ଜଣେ ଯୁବକ ଟ୍ୱିଟରରେ ଏକ ଟ୍ୱିଟ କରିଥିଲେ। ସେ ଏଥିରେ ଲେଖିଥିଲେ, ‘‘ନିକଟରେ ମତେ ୨୫୦୦୦ ଟଙ୍କା ମିଳିଛି, କାହିଁକି ନା ମୋ ଗାଲଫ୍ରେଣ୍ଡ୍ ମୋଠାରୁ ଅଲଗା ହୋଇଯାଇଛି।

Breakup

ଯେତେବେଳେ ଆମ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହେଲା, ଆମ ସମ୍ପର୍କ ସମୟରେ ଏକ ମିଳିତ ଆକାଉଣ୍ଟ୍ ଖୋଲିଥିଲୁ ଏବଂ ସେହି ଆକାଉଣ୍ଟରେ ପ୍ରତିମାସରେ ୫୦୦ ଟଙ୍କା ଜମା କରି ଏକ ପଲିସ୍ (policy) କରିଥିଲୁ। ଏହି ପଲିସରେ ଏହା ଲେଖାଥିଲା କି ଦୁଇଜଣଙ୍କ ମଧ୍ୟରୁ ଯିଏ ବି ସମ୍ପର୍କକୁ ଭଙ୍ଗିବ ତ ସବୁ ଟଙ୍କା ଅନ୍ୟ ଜଣକୁ ମିଳିବ।’’ କେବଳ ଏତିକି ନୁହେଁ, ଯୁବକ ଜଣଙ୍କ ବୀମାର ନାମ ମଧ୍ୟ ଜଣାଇଛନ୍ତି।

ସେ ନିଜ ପୋଷ୍ଟରେ କହିଥିଲେ, ‘‘ଏହା ହେଉଛି ହାର୍ଟବ୍ରେକ୍ ବୀମା ଫଣ୍ଡ୍।’’ ଏହା ହେଉଛି ଆପୋସ ବୁଝାବଣାରେ କରାଯାଇଥିବା ଏକ ବୀମା। ଏହି ବୀମା ଅନୁସାରେ ସାଥୀକୁ ସମ୍ପର୍କରେ ବିଶ୍ବସ୍ତ ହେବାକୁ ପଡ଼ିବ। ଯଦି ଦୁଇଜଣଙ୍କ ଭିତରୁ କେହି ଅଲଗା ହୁଅନ୍ତି ତେବେ ସେ ତାଙ୍କର ସବୁ ଟଙ୍କା ହରାଇବ ଅର୍ଥାତ ସମସ୍ତ ଟଙ୍କା ଅନ୍ୟ ସାଥୀଜଣକୁ ମିଳିବ। ତେବେ ଯୁବକ ଜଣକ ଏକଥା ଜଣାଇବା ପରେ ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଆଲୋଚନା ଚାଲିଛି।

ଏହି ଯୁବକ ଜଣକ ତିନିଦିନ ତଳେ ଏହି ଟ୍ୱିଟ କରିଥିଲେ ଓ ଦେଖୁ ଦେଖୁ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହା ଉପରେ ତୀବ୍ର ପ୍ରତିକ୍ରିଆ ପ୍ରକାଶ କରୁଛନ୍ତି। କେହି କେହି କହୁଛନ୍ତି କି ଏହି ବୀମାରେ ଅଧିକ ଟଙ୍କା ମିଳିବା ଉଚିତ୍ ଏବଂ ଅନ୍ୟ କେହି କେହି ଏହା ମଧ୍ୟ କହୁଛନ୍ତି କି ଯଦି ସମ୍ପର୍କ ଅଧିକ ଦିନ ରହିଥାନ୍ତା ତେବେ ଟଙ୍କା ମଧ୍ୟ ଅଧିକ ମିଳିଥାନ୍ତା। ବର୍ତ୍ତମାନ ଯୁବକ ଜଣଙ୍କ ଚ୍ୱିଟକୁ ଖୁବ୍ ସେୟାର କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button